ବ୍ରହ୍ମପୁରକୁ ନୂଆ ପରିଚୟ ଦେବେ ନବୀନ
By Dr. Gopabandhu Dash
ଭାରତରେ ଚଣ୍ଡିଗଡ଼, ଆଉ ଓଡ଼ିଶାରେ ବ୍ରହ୍ମପୁର । ଦୁଇଟି ଭିତରେ ସମାନତା କଣ ରହିଛି ପ୍ରଶ୍ନ କଲେ ଉତ୍ତର ମିଳିବ ରକ୍ ଗାର୍ଡେନ୍। ଚଣ୍ଡିଗଡ଼ରେ ଦେଶର ପ୍ରଥମ ପ୍ରସ୍ତର ଉଦ୍ୟାନ ନିର୍ମାଣ କରାଯାଇଥିବା ବେଳେ ବ୍ରହ୍ମପୁରରେ ଆମ ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ରକ୍ ଗାର୍ଡେନ୍ ନିର୍ମାଣ ଚାଲିଛି । ଚଳିତ ବର୍ଷ ଏହି ପ୍ରସ୍ତର ଉଦ୍ୟାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ଯୋଜନା ରହିଛି। ଫଳରେ ଦେଶର ପର୍ଯ୍ୟଟନ ମାନଚିତ୍ରରେ ବ୍ରହ୍ମପୁରକୁ ମିଳିବ ଆଉ ଏକ ନୂଆ ପରିଚୟ ।
ରାଜ୍ୟର ତୃତୀୟ ମହାନଗର ବ୍ରହ୍ମପୁର । ଓଡ଼ିଶାର ଅନ୍ୟତମ ପୁରାତନ ସହର । ଦକ୍ଷିଣ ଓଡ଼ିଶାର ଏହି ବାଣିଜ୍ୟିକ ପେଣ୍ଠ ସମେତ ଏହାର ଆଖପାଖ ମାତ୍ର କେଇ କିଲୋମିଟର ମଧ୍ୟରେ ରହିଛି ଗୋପାଳପୁର ଓ ପାତିସୁନାପୁର ବେଳାଭୂମି ଯାହା ଶୀଘ୍ର ବ୍ଲୁ ଫ୍ଲାଗ୍ ବିଚ୍ ପାଲଟିବାକୁ ଯାଉଛି । ଏହା ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସାଜିବ ଅନ୍ୟତମ ଆକର୍ଷଣ । ଏଥିସହ ରହିଛି ତାରାତାରିଣୀ- ସିଦ୍ଧ ଭୈରବୀ- ମହୁରୀକାଳୁଆ- ପଞ୍ଚମା ସିଦ୍ଧ ବିନାୟକ ମନ୍ଦିର ଭଳି ପ୍ରସିଦ୍ଧ ପୀଠ, ପୋତାଗଡ଼ ଓ ଜଉଗଡ଼ ଭଳି ଐତିହାସିକ ସ୍ଥଳ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ– ଆଇଜର- ପିଏମ୍ ଇଞ୍ଜିନିୟରିଂ କଲେଜ ଭଳି ଶିକ୍ଷାନୁଷ୍ଠାନ, ତାମ୍ପରା ଭଳି ଜଳକ୍ରୀଡ଼ା କେନ୍ଦ୍ର, ବିରଳ ସାମୁଦ୍ରିକ କଇଁଛଙ୍କ ମିଳନ ଓ ଗଣ ଅଣ୍ଡାଦାନ ସ୍ଥଳ ଗଞ୍ଜାମ ସହର ନିକଟବର୍ତ୍ତୀ ବଙ୍ଗୋପସାଗର ତଟ ଓ ଋଷିକୁଲ୍ୟା ମୁହାଣ ଆଦି ଦର୍ଶନୀୟ ସ୍ଥାନ । ପ୍ରାକୃତିକ ହେଉ କି ଐତିହାସିକ, ସାମୁଦ୍ରିକ ହେଉ କି ପାର୍ବତ୍ୟାଞ୍ଚଳ, କୃତ୍ରିମ ହେଉ ଅଥବା ଆଧ୍ୟାତ୍ମିକ… ପର୍ଯ୍ୟଟନର ସମ୍ଭାରରେ ଭରପୁର ବ୍ରହ୍ମପୁରକୁ ଆଉ ଏକ ଅନନ୍ୟ ପରିଚୟ ପ୍ରଦାନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ପାର୍କ, ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ, ଆଇଟିଆଇ ଓପନ୍ ଏୟାର ସ୍କ୍ରାପ୍ ମ୍ୟୁଜିୟମ୍ ପରେ ଏବେ ବ୍ରହ୍ମପୁରବାସୀ ଶୀଘ୍ର ରାଜ୍ୟର ଏକମାତ୍ର ରକ୍ ଗାର୍ଡେନ୍ ପାଇଁ ଗୌରବାନ୍ବିତ ହେବାକୁ ଯାଉଛନ୍ତି । ରେଶମ ସହରର ବାସିନ୍ଦାଙ୍କ ଆଉ ଏକ ସ୍ଵପ୍ନ ପୂରଣ କରିବେ ନବୀନ ପଟ୍ଟନାୟକ।
ହଁ, ବ୍ରହ୍ମପୁରର ବିକାଶ ଉପରେ ସଦା ନଜର ରଖିଥିବା କଥାକୁ ବାସ୍ତବତାରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଜାନିବିଲି ପାନୀୟ ଜଳଯୋଗାଣ ପ୍ରକଳ୍ପ ହେଉ ବା ଭବ୍ୟ ରାମଲିଙ୍ଗେଶ୍ୱର ପାର୍କ ଅଥବା ବିକଶିତ ହେଉଥିବା ବ୍ରହ୍ମପୁର ଷ୍ଟାଡିୟମ୍ … ଆଉ ଏବେ ରକ୍ ଗାର୍ଡେନ୍ । କେବଳ ଆମ ରାଜ୍ୟ ନୁହେଁ, ସାରା ଦେଶରେ ବ୍ରହ୍ମପୁରକୁ ପରିଚିତ କରାଇବ ବିଡିଏ ଦ୍ବାରା ନିର୍ମିତ ହେଉଥିବା ଏହି ପ୍ରସ୍ତର ଉଦ୍ୟାନ । ୫ ଏକରରୁ ଅଧିକ ଜାଗାରେ ବ୍ୟାପ୍ତ ପ୍ରସ୍ତର ଉଦ୍ୟାନରେ ରହିବ ଓପନ୍ ଏୟାର ଥିଏଟର (ଖୋଲା ଆକାଶ ମଞ୍ଚ) । ରାଜ୍ୟର ହାତଗଣତି ସ୍ଥାନରେ ଏଭଳି ମଞ୍ଚ ରହିଛି । ୫ଟି ପବନ କଳ, କୃତ୍ରିମ ହ୍ରଦ, ଝରି ଆସୁଥିବା ଜଳସ୍ରୋତ, ଫାଉଣ୍ଟେନ୍ (ଜଳ ଫୁଆରା), ସୁଦୃଶ୍ୟ ଖୋଲା ସ୍ଥାନ, ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ ସୁବିଧା ସୁଯୋଗ । ଲୁମିନାର ଜେଟ୍, ଫ୍ଲାଶ୍ ପୁଲ୍ ଆପଣଙ୍କୁ ରୋମାଞ୍ଚିତ କରିବ । ଏପଟୁ ପାଣି ଫୁଆରା ସେପଟକୁ ଯିବ ଓ ସେପଟରୁ ଏପଟକୁ ଆସିବ । ମଝିରେ ଆପଣ ପାଥ୍-ୱେ ଦେଇ ଅତିକ୍ରମ କରିବେ । ଆପଣ ଚାଲି ଯାଉଥିବେ, ତଳୁ ପାଣି ଫୁଆରା ଉଠିବ, ଆପଣଙ୍କ ପାଦକୁ ଓଦା କରିବ, ଝିପଝିପ ବର୍ଷାର ଅନୁଭୂତି ଆପଣଙ୍କୁ ଆଣିଦେବ । ୪୦ ଫୁଟ ଚଉଡା, ପ୍ରାୟ ୧ ହଜାର ଫୁଟ ଗୋଲେଇ ସ୍ଥାନର କେନ୍ଦ୍ର ଭାଗରେ ପଥରରେ ନିର୍ମିତ ବିଭିନ୍ନ କାରୁକାର୍ଯ୍ୟ, ଐତିହ୍ୟସମ୍ପନ୍ନ ମୂର୍ତ୍ତି, ବୁଦ୍ଧ ମୂର୍ତ୍ତି, ସବୁଜ ଗାଲିଚା, ସିଟିଙ୍ଗ୍ ଗ୍ୟାଲେରୀ ଅନ୍ୟତମ ଆକର୍ଷଣ ହେବ । ମିରର୍ ହାଉସ୍ ( ଭୁଲଭୁଲେୟା) ମଧ୍ୟ ପ୍ରସ୍ତାବିତ ଯୋଜନାରେ ରହିଛି ଯାହା ଆପଣଙ୍କ ରୋମାଞ୍ଚକୁ ଦ୍ବିଗୁଣିତ କରିବ । ଫ୍ରି ସାଇକେଲ୍ ରାଇଡ୍ (ନିଶୁଳ୍କରେ ପ୍ରସ୍ତର ଉଦ୍ୟାନ ମଧ୍ୟରେ ସାଇକେଲରେ ଘୁରି ଆସିପାରିବେ) ସୁବିଧା ମଧ୍ୟ ରହିବ । ପିଲାଙ୍କୁ ଆକର୍ଷଣ କରିବ ଚେସ୍ ଓ ଲୁଡୋ ଭଳି ସଜ୍ଜିତ ଖେଳିବା ସ୍ଥାନ । ଭବ୍ୟ ଓ ଆକର୍ଷଣୀୟ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ମହୋତ୍ସବର ଆୟୋଜନ ନିମନ୍ତେ ଏହି ସ୍ଥାନ ହେବ ପ୍ରଥମ ପସନ୍ଦ । ବ୍ୟସ୍ତବହୁଳ ଜୀବନରୁ ଯେତେବେଳେ ଆମେ ବିରତି ନେଇ ପ୍ରକୃତି କୋଳକୁ ଚାଲିଯିବା, ସେତେବେଳେ କିଭଳି ପ୍ରାକୃତିକ ସାଙ୍ଗକୁ କୃତ୍ରିମତାର ଉପଯୁକ୍ତ ସମନ୍ବୟରେ ଗଢ଼ି ଉଠିଥିବା ପ୍ରସ୍ତର ଉଦ୍ୟାନ ଆମକୁ ଆନନ୍ଦ ଆଣିଦେବ ତାହା ସହଜରେ କଳ୍ପନା କରିହୁଏ । ପଥର, ପାଣି, ସବୁଜିମା ଭରା ଚତୁଃପାର୍ଶ୍ଵ ଆମକୁ ଆମୋଦପ୍ରମୋଦର ସୁଯୋଗ ଦେବ ବୋଲି ମତବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ଏହି ରକ୍ ଗାର୍ଡେନ ବ୍ରହ୍ମପୁର ସହର ପାଇଁ ବହୁତ ଗୁରୁତ୍ୱ ରଖୁଛି । ରେଶମ ସହରବାସୀଙ୍କ ସମେତ ଏହା ଦେଶବିଦେଶର ପର୍ଯ୍ୟଟକଙ୍କ ଚିତ୍ତବିନୋଦନ ପାଇଁ ଆକର୍ଷଣର ଏକ ପ୍ରମୁଖ କେନ୍ଦ୍ର ଭାବେ ସାରା ଦେଶରେ ଖ୍ୟାତି ଲାଭ କରିବ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ବ୍ରହ୍ମପୁର ସହର ପ୍ରତି ତାଙ୍କର ଭଲ ପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ବିଇଏମସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଡକ୍ଟର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ଯେକି ପୂର୍ବରୁ ଗଞ୍ଜାମରେ ମଧ୍ୟ ଜିଲ୍ଲାପାଳ ଥିଲେ ତାଙ୍କର ଭିଜନାରୀ ପ୍ଲାନିଂର ଏକ ନଜୀର ଅଟେ ରକ୍ ଗାର୍ଡେନ୍। ରାଜ୍ୟରେ ପର୍ଯ୍ୟଟନର ବହୁମୁଖୀ ବିକାଶ ଜରିଆରେ ରାଜସ୍ବ ବୃଦ୍ଧି, ପର୍ଯ୍ୟଟନ ସ୍ଥଳର ବିକାଶ ଜରିଆରେ ସେହି ସ୍ଥାନକୁ ଭ୍ରମଣକାରୀଙ୍କ ଆଗମନ ବୃଦ୍ଧି, ଉକ୍ତ ସ୍ଥାନର ପାରିପାର୍ଶ୍ବିକ ବିକାଶ ସହ ଅଞ୍ଚଳବାସୀଙ୍କ ଆର୍ଥିକ ପ୍ରଗତି ତ୍ବରାନ୍ବିତ କରାଇବା, ଭିନ୍ନ ଭିନ୍ନ ସ୍ଥାନକୁ ଟୁରିଷ୍ଟ ସ୍ପଟ୍ ରୂପେ ବିକଶିତ କରାଇବା ଫଳରେ ସମଗ୍ର ରାଜ୍ୟରେ ଆଞ୍ଚଳିକ ବୈଷମ୍ୟକୁ ଦୂର କରି ସାମଗ୍ରୀକ ବିକାଶକୁ ବଳ ଦେବା ପରି ସୁଦୂରପ୍ରସାରୀ ଲକ୍ଷ୍ୟ ହାସଲ କରିପାରୁଛି ଆମ ରାଜ୍ୟ। ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ପ୍ରତିପାଦିତ କରିବାରେ ଲାଗିଛି।
ବ୍ରହ୍ମପୁରର ଗୋଟିଏ ପଟେ ହଳଦିଆପଦର ବସ୍ ଟର୍ମିନାଲ୍ ଥିବା ବେଳେ ଅପରପାର୍ଶ୍ୱରେ ଗୋପାଳପୁର ଓ ଛତ୍ରପୁରକୁ ଯୋଡୁଥିବା ରାଜପଥ ନିକଟ ଆମ୍ବପୁଆରେ ଗଢ଼ି ଉଠୁଛି ପ୍ରସ୍ତର ଉଦ୍ୟାନ । ପ୍ରାଥମିକ ଭାବେ ୮.୧୩ କୋଟି ବଜେଟ୍ ଥିବା ବେଳେ ଏବେ ବ୍ୟୟ ଅଟକଳ ୧୦ କୋଟି ପାର କରିଲାଣି । ୨୦୧୫ରେ ବ୍ରହ୍ମପୁରବାସୀଙ୍କ ପାଇଁ ଭେଟି ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରକ୍ ଗାର୍ଡେନ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । କେବଳ ଗଞ୍ଜାମ ନୁହେଁ, ସାରା ରାଜ୍ୟର ପ୍ରସ୍ତର ନିର୍ମିତ କଳାକୃତି ଯେପରି ଏଠାରେ ଭ୍ରମଣକାରୀ ଦେଖିବାକୁ ପାଇବେ ତାହା ଥିଲା ଏକ ଉଦ୍ଦେଶ୍ୟ । ପଥରକୁ ନିହାଣ ମୁନରେ ଖୋଦେଇ କରି ଶହ ଶହ ପ୍ରାଚୀନ ମନ୍ଦିର, ଶିଳାଲିପି ଗଢ଼ିଥିବା ଓଡ଼ିଆ କାରିଗର ଯେ ଆଧୁନିକ ଯୁଗରେ ମଧ୍ୟ ପଥରକୁ କିଭଳି ଜୀବନ୍ତ ରୂପ ଦେଇପାରେ ତାହାର ଝଲକ ଏଠି ଦେଖିବାକୁ ମିଳିବ । ୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହିଁ ଏହାର ଶିଳାନ୍ୟାସ ହୋଇଥିଲା ଏବଂ ଆଉ ମାତ୍ର କିଛି ମାସ ପରେ ଲୋକେ ଏହାର ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବା ପାଇଁ ଉଦଘାଟନ କରି ଗଞ୍ଜାମ ଜିଲ୍ଲାବାସୀଙ୍କୁ ଉପହାର ଭେଟିଦେବେ ତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ।
Dr. Gopabandhu Dash
The Author is Officer on Special Duty to Odisha Chief Minister.
Quote: